Sunday, March 19, 2023

 Odia translation of Sunil Gangopadhyay 's Bengali poem .


*** ମୂଳ ବଙ୍ଗଳା :- ସୁନୀଲ ଗଙ୍ଗୋପାଧ୍ୟାୟ

*** ଓଡ଼ିଆ ଅନୁବାଦ:- ପ୍ରଦୀପ କୁମାର ରାୟ


             ××  ସମୟ ଜାଣେନା  ××

             •••••••••••••••••••••••••


ପୃଥିବୀ କ'ଣ ଜାଣେ ଯେ , ତା'ର ଡାକ ନାମ ପୃଥିବୀ ?

ସୂର୍ଯ୍ୟ କ'ଣ ଜାଣେ ତା'ର ଅଛି ଶହେନାମ

ଜହ୍ନ କ'ଣ ଜାଣିଛି ତା'ରି ନାମେ କେତେ କାବ୍ୟ

ମହାଶୂନ୍ୟତା ନାମ ପାଇଗଲା ନୀଳାକାଶ  !


ଭ୍ରମର ବିଚରା ଭୋକରେ ବୁଲୁଛି ସାରାଦିନ

ସେ ବି ହୋଇଗଲା ଲୋଭୀ ପ୍ରେମିକ ତୂଲ୍ୟ

ଫୁଲ ସବୁ ସଜେଇ ହୁଅନ୍ତି କୀଟ ପତଙ୍ଗ ଙ୍କ ପାଇଁ

ରମଣୀ ମାନେ ଆସି ଛିଣ୍ଡେଇ ଖୋସି ଦିଅନ୍ତି ଗଭାରେ !


ଅନ୍ଧକାର ରାତି କାହିଁକି ରହସ୍ୟମୟୀ

ଦିନ ବି ଜାଣେନା ସେ କାହିଁକି ନଗ୍ନ

ଛଅ ମାଇଲ ଗଭୀର ତଥାପି ସମୁଦ୍ର ଅତଳ

ନଦୀ ମାନେ ଜାଣିନାହାନ୍ତି, ସେମାନେ ବି ନାରୀ ଓ ପୁରୁଷ  !


ଜଳ କଣାଟିର ହୁଏତ ସାତଗୋଟି ରଙ୍ଗ

ଆଖି ନାହିଁ ତା'ର , ନିଜେ ସେ ବର୍ଣ୍ଣ ଅନ୍ଧ

ଗଛର ଚେରରେ ଶୁଣାଯାଏ ଫୁସୁର୍ ଫାସୁର୍

ଯାହାର ନାମ ମେଘ , ସେ କାହିଁକି ହୁଏ ବର୍ଷା  !


ସମୟ ଜାଣେ ନାହିଁ ସମୟର ଇତିହାସ

କାହା ନାମ ଦିନ ଘଣ୍ଟା ଏବଂ ମୁହୂର୍ତ୍ତ ମୁହୂର୍ତ୍ତ

ମାସ ଓ ବର୍ଷ, ଶତକ ,ସହଶ୍ରାଦ୍ଦ

ଯେଉଁ ମାନେ ଭାଗ କରନ୍ତି, ସେମାନେ ବି ଯାଆନ୍ତି ହଜି  !


                      +++++++

   (  ଯାହାର ଯାହା ହଜିଯାଇଛି କବିତା ସଙ୍କଳନ ରୁ  )


*Art ::- Manamayee Ratha . ଚିତ୍ର::- ମାନମୟୀ ରଥ

Sankha Ghosh

Two Poems by Sankha Ghosh  Translated by Ankush Pal Crowd Stoop down, mister! Curl up and get down, mister! Don't you have eyes? Can'...