Showing posts with label Bengali poems. Show all posts
Showing posts with label Bengali poems. Show all posts

Wednesday, April 28, 2021

Oriya Transcreation of Bengali poem

 



ମୂଳ_ବଙ୍ଗଳା_କବିତା  :: 

ଶ୍ୟାମାଶ୍ରୀ_ରାୟ_କର୍ମକାର

    

  মূল_বাংলা_কবিতা :: শ্যামশ্রী_রায়_কর্মকার 



          ଓଡିଆ_ଅନୁବାଦ :: 

ପ୍ରଦୀପ_କୁମାର_ରାୟ

          ওড়িআ_অনুবাদ :: প্রদীপ_কুমার_রায়




        দুকূল_ছাপিয়ে_যায়_মায়া

        ଦୁଇକୁଳ_ଘୋଡାଇ_ରଖେ_ମାୟା

        •••••••••••••••••••••••••••••••••••


ହେ  ମାଟି , ହେ  ବୃକ୍ଷସମ୍ଭବା

ଏଇ ତ ମୁଁ ଚାଲି ଚାଲି ଯାଏଁ ଲୁପ୍ତ ଦ୍ବିପହରରେ

ଗର୍ଭରେ ସନ୍ତାନ ଧରି ବହି ଯାଉଥାଏ

                ଯେପରି ଧୀରଗତି ନଦୀ  ।

ଶ୍ବେତ ଅନ୍ନ ପରି ସ୍ତୁପାକାର ମେଘମାଳା ତଳେ

ଏକାକାର ହୋଇଯାଏ ମକା କ୍ଷେତରେ

ଏକଲା ଚାଷୀର  ଆଖିରେ ଜମି ରହିଥିବା

                             ଲୁଣ ଓ ପାଣିରେ  ।


ମୋର ପଞ୍ଜରା ଛୁଇଁ ଝୁଙ୍କି ପଡେ ଜନଶ୍ରୃତି , ଭ୍ରାନ୍ତ ସଭ୍ୟତା

ହୃଦୟର ଗୋପନ ଚର ରେ ଶତାବ୍ଦୀ ପ୍ରାଚୀନ

ଭଗ୍ନ ରେଖା ପରି ଶୋଇ ରହିଥାଏ ଅବିଶ୍ବାସ, ସମ୍ପର୍କର କ୍ଷତ

ଦୀର୍ଣ୍ଣ ହୋଇଯାଏଁ  ମୁଁ ଆଘାତେ  ଆଘାତେ  ।


ଧାନର ମହକ ଛୁଇଁ ଦିଅ , ସ୍ନେହର ଆଭାସ ଦିଅ ମାଁ ଗୋ

ମୋତେ ଦୁଇହାତରେ ଧରି,

ଦେହରେ ବୁଲାଇ ଆଣ ଅପେକ୍ଷାର ଦୃଷ୍ଟି

ଫୁଲି ଫୁଲି ଉଠେଁ ମୁଁ ଜୁଆରେ ଜୁଆରେ

ମମତାରେ ଘନ ହୋଇ ଥାଅ

ତୁମର ଧୂଳିର ଗୀତ,

ସବୁଜ ଶିଶିରରେ ଅଙ୍କା ମାୟାର କଙ୍କଣ

ଦୁଇଦଣ୍ଡ ଜାବୁଡ଼ି ରହିଥାଏଁ ସନ୍ତାନ ପରି ।


                     -----+++------

Wednesday, December 30, 2020

Mallika Sengupta poems, Translated by Pradip Kumar Roy




আপনি বলুন মার্কস

মল্লিকা সেনগুপ্ত 


ছড়া যে বানিয়েছিল, কাঁথা বুনেছিল

দ্রাবিড় যে মেয়ে এসে গমবোনা শুরু

করেছিল

আর্যপুরুষের ক্ষেতে, যে লালন

করেছিল শিশু

সে যদি শ্রমিক নয়, শ্রম কাকে বলে ?

আপনি বলুন মার্কস, কে শ্রমিক,

কে শ্রমিক নয়

নতুনযন্ত্রের যারা মাসমাইনের

কারিগর

শুধু তারা শ্রম করে !

শিল্পযুগ যাকে বস্তি উপহার দিল

সেই শ্রমিকগৃহিণী

প্রতিদিন জল তোলে, ঘর মোছে,

খাবার বানায়

হাড়ভাঙ্গা খাটুনির শেষে রাত হলে

ছেলেকে পিট্টি দিয়ে বসে বসে কাঁদে

সেও কি শ্রমিক নয় !

আপনি বলুন মার্কস, শ্রম কাকে বলে !

গৃহশ্রমে মজুরী হয়না বলে মেয়েগুলি শুধু

ঘরে বসে বিপ্লবীর ভাত রেঁধে দেবে

আর কমরেড শুধু যার

হাতে কাস্তে হাতুড়ি !

আপনাকে মানায় না এই অবিচার

কখনো বিপ্লব হলে

পৃথিবীর স্বর্গরাজ্য হবে

শ্রেণীহীন রাষ্ট্রহীন আলোপৃথিবীর

সেই দেশে

আপনি বলুন মার্কস,

মেয়েরা কি বিপ্লবের সেবাদাসী

হবে ?



 ମୂଳ ବଙ୍ଗଳା କବିତା ::- ମଲ୍ଲିକା ସେନଗୁପ୍ତ   


 ଓଡ଼ିଆ ଅନୁବାଦ ::- ପ୍ରଦୀପ କୁମାର ରାୟ 



               ଆପଣ  କୁହନ୍ତୁ ମାର୍କସ 

              



  ଲୋରୀ  ଯିଏ ଗାଇଥିଲା , କନ୍ଥା ସିଲେଇଥିଲା ,

  ଦ୍ରାବିଡ଼ ଯେଉଁ ନାରୀ ଆସି ଗହମ ବୁଣିବା ଆରମ୍ଭ

  କରିଥିଲା 

  ଆର୍ଯ୍ୟ ପୁରୁଷର କ୍ଷେତରେ,  ଯିଏ ଲାଳନ 

  କରିଥିଲା ଶିଶୁ

  ସେ ଶ୍ରମିକ ନୁହେଁ , ଶ୍ରମିକ କାହାକୁ କହନ୍ତି  ?

  ଆପଣ କହନ୍ତୁ ମାର୍କସ , କିଏ ଶ୍ରମିକ ,

  କିଏ ଶ୍ରମିକ ନୁହେଁ,

  ନୂତନ ଯନ୍ତ୍ରରେ ଯେଉଁମାନେ ମାସିକିଆ ଦରମାର

  କାରିଗର

  କେବଳ କ'ଣ ସେମାନେ ହିଁ ଶ୍ରମ କରନ୍ତି !

  ଶିଳ୍ପଯୁଗ  ଯାହାକୁ ବସ୍ତି ଉପହାର ଦେଲା 

  ସେହି ଶ୍ରମିକ ଘରଣୀ

  ପ୍ରତିଦିନ ପାଣି ବୁହେ ,ଘର ପୋଛେ ,

  ରୋଷେଇ କରେ

  ହାଡ଼ଭଙ୍ଗା ଖଟଣି ପରେ ରାତି ହେଲେ

  ପୁଅକୁ ପିଟି ମାରି ବସି ବସି କାନ୍ଦେ

  ସେ ବି କ'ଣ ଶ୍ରମିକ ନୁହେଁ  !

  ଘର କାମରେ ମଜୁରି ଦିଆଯାଏ ନାହିଁ ବୋଲି

  ନାରୀ ମାନେ କେବଳ

  ଘରେ ବସି ବିପ୍ଳବୀଙ୍କର ଭାତ ରାନ୍ଧି ଦେବେ

  ଆଉ କମରେଡ୍ କେବଳ ଯାହାର

  ହାତରେ ଦା' ଓ ହାତୁଡି  !

  ଆପଣଙ୍କୁ ମାନେ ନାହିଁ ଏହି ଅବିଚାର

  କେବେ ବିପ୍ଳବ ହେଲେ

  ପୃଥିବୀରେ ସ୍ବର୍ଗ ରାଜ୍ୟ ହେବ 

  ଶ୍ରେଣୀହୀନ ରାଷ୍ଟ୍ରହୀନ  ଆଲୋକିତ ପୃଥିବୀର

  ସେହି ଦେଶେ

  ଆପଣ କହନ୍ତୁ ମାର୍କସ

  ନାରୀ ମାନେ କ'ଣ ବିପ୍ଳବର ସେବା ଦାସୀ

  ହେବେ ?

                      ==========

  


 [  মল্লিকা সেনগুপ্তের বাংলা কবিতার ওড়িয়া অনুবাদ ]

Sankha Ghosh

Two Poems by Sankha Ghosh  Translated by Ankush Pal Crowd Stoop down, mister! Curl up and get down, mister! Don't you have eyes? Can'...