ମୂଳ_ବଙ୍ଗଳା_କବିତା ::
ଶ୍ୟାମାଶ୍ରୀ_ରାୟ_କର୍ମକାର
মূল_বাংলা_কবিতা :: শ্যামশ্রী_রায়_কর্মকার
ଓଡିଆ_ଅନୁବାଦ ::
ପ୍ରଦୀପ_କୁମାର_ରାୟ
ওড়িআ_অনুবাদ :: প্রদীপ_কুমার_রায়
দুকূল_ছাপিয়ে_যায়_মায়া
ଦୁଇକୁଳ_ଘୋଡାଇ_ରଖେ_ମାୟା
•••••••••••••••••••••••••••••••••••
ହେ ମାଟି , ହେ ବୃକ୍ଷସମ୍ଭବା
ଏଇ ତ ମୁଁ ଚାଲି ଚାଲି ଯାଏଁ ଲୁପ୍ତ ଦ୍ବିପହରରେ
ଗର୍ଭରେ ସନ୍ତାନ ଧରି ବହି ଯାଉଥାଏ
ଯେପରି ଧୀରଗତି ନଦୀ ।
ଶ୍ବେତ ଅନ୍ନ ପରି ସ୍ତୁପାକାର ମେଘମାଳା ତଳେ
ଏକାକାର ହୋଇଯାଏ ମକା କ୍ଷେତରେ
ଏକଲା ଚାଷୀର ଆଖିରେ ଜମି ରହିଥିବା
ଲୁଣ ଓ ପାଣିରେ ।
ମୋର ପଞ୍ଜରା ଛୁଇଁ ଝୁଙ୍କି ପଡେ ଜନଶ୍ରୃତି , ଭ୍ରାନ୍ତ ସଭ୍ୟତା
ହୃଦୟର ଗୋପନ ଚର ରେ ଶତାବ୍ଦୀ ପ୍ରାଚୀନ
ଭଗ୍ନ ରେଖା ପରି ଶୋଇ ରହିଥାଏ ଅବିଶ୍ବାସ, ସମ୍ପର୍କର କ୍ଷତ
ଦୀର୍ଣ୍ଣ ହୋଇଯାଏଁ ମୁଁ ଆଘାତେ ଆଘାତେ ।
ଧାନର ମହକ ଛୁଇଁ ଦିଅ , ସ୍ନେହର ଆଭାସ ଦିଅ ମାଁ ଗୋ
ମୋତେ ଦୁଇହାତରେ ଧରି,
ଦେହରେ ବୁଲାଇ ଆଣ ଅପେକ୍ଷାର ଦୃଷ୍ଟି
ଫୁଲି ଫୁଲି ଉଠେଁ ମୁଁ ଜୁଆରେ ଜୁଆରେ
ମମତାରେ ଘନ ହୋଇ ଥାଅ
ତୁମର ଧୂଳିର ଗୀତ,
ସବୁଜ ଶିଶିରରେ ଅଙ୍କା ମାୟାର କଙ୍କଣ
ଦୁଇଦଣ୍ଡ ଜାବୁଡ଼ି ରହିଥାଏଁ ସନ୍ତାନ ପରି ।
-----+++------
No comments:
Post a Comment